ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ମାଲେସିୟାରେ ସନ୍ଦେହଜନକ ମୃତ୍ୟୁ

ଚିକିଟି ବ୍ଲକ କଳବାଡ ପଞ୍ଚାୟତ ବଡବରଙ୍ଗା ଜଣେ ୨୫ ବର୍ଷୀୟ ଯୁବକର ମାଲେସିୟାରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଲୋପିଣ୍ଟି ତାତେୟାଙ୍କ ପୁଅ ଲୋପିଣ୍ଟି ସନ୍ତୋଷ କୁମାରଙ୍କୁ (୨୫) ମାଲେସିଆରେ ଦାଦନ ଖଟିବାକୁ ଦୀର୍ଘ ଅଢେଇ ବର୍ଷ ହେଲା ଯାଇଥିଲା। ଗତକାଲି ତାଙ୍କର ମୃତ୍ୟୁ ଖବର ପରିବାର ଲୋକଙ୍କ ନିକଟରେ ପହଞ୍ଚିବା ସହ ସନ୍ତୋଷ ବେକରେ ରଶି ଲାଗି ଓହଳି ଥିବା ଫଟୋ ଆସିଥିଲା। ଫଟୋ ଦେଖି ପରିବାର ଲୋକ ହାତବାକ ହୋଇ ପଡିଥିଲେ। ଘରୁ ଗଲାଦିନ ଠାରୁ ସେ ଘରକୁ ଟଙ୍କା ପଠାଇ ନଥିଲେ, କିନ୍ତୁ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହିଥିଲେ। ତେବେ ହଠାତ ଆତ୍ମହତ୍ୟା କରିଥିବା ଖବର ଓ ଫଟୋ ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ପରିବାର ଲୋକଙ୍କୁ କମ୍ପାନୀ ତରଫରୁ ଆତ୍ମହତ୍ୟା ଖବର ଦିଆଯାଇଛି। ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦେଢ଼ ବର୍ଷର ଦରମା ପାଇ ନଥିବାରୁ ହୁଏତ ସେ ମାନସିକ ଭାରସାମ୍ୟ ହରାଇ ଏପରି କଠୋର ନିଷ୍ପତ୍ତି ନେଇଥାଇ ପାରେ ବୋଲି ସନ୍ଦେହ କରିଛନ୍ତି ପରିବାର ଲୋକ। ସେଠାକାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବକୁ ହସ୍ତାନ୍ତର କରିବାକୁ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏଣୁ ପୁଅର ଶବକୁ ପରିବାର ପାଖରେ ପହଞ୍ଚାଇବାକୁ ପରିବାର ଲୋକ ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି।

Comments are closed.