ଗାଧୋଇବା ବେଳେ ପୋଖାରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଗ୍ରାମର ମଙ୍ଗୁଳୁ ମୁଣ୍ଡାଙ୍କ ସ୍ତ୍ରୀ ଡାଳିମ୍ବ ମୁଣ୍ଡା(୫୮)।

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନରେ ଟାଙ୍ଗରପଡା ମୁଣ୍ଡା ସାହିର ଡାଳିମ୍ବ ମୁଣ୍ଡା ଗାଧୋଇବା ପାଇଁ ପଞ୍ଚାୟତ ପଛପାଖ ପୋଖରୀକୁ ଯାଇଥିଲେ। ଗାଧୋଇବା ସମୟରେ ତାଙ୍କର ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲେ। ପୋଖରୀରେ ଗାଧୋଉଥିବା ଅନ୍ୟ ଲୋକମାନେ ଏହା ଦେଖି ପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଅପରାହ୍ନରେ ଡାଳିମ୍ବର ଶବକୁ ପୋଖରୀ ଭିତରୁ ଉଦ୍ଧାର କରିଛନ୍ତି। ଏନେଇ ପାଟଣା ଥାନାଧିକାରିଣୀ ସଂନ୍ଧ୍ୟାରାଣୀ ଜେନା ଘଟଣାର ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି ।

Comments are closed.