ଛାତରୁ ଖସି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ଜଣେ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଚିରାଗ ଜୈନ। ସେ ଆଇଆଇଟିର କମ୍ପୁଟର ସାଇନ୍ସର ଦ୍ବିତୀୟ ବର୍ଷର ଛାତ୍ର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଚିରାଗ ହଠାତ୍‌ କଲେଜ କ୍ୟାମ୍ପସ୍‌ ଭିତରେ ଥିବା ଏକ ହଷ୍ଟେଲ ଛାତରୁ ଖସି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଚିରାଗଙ୍କ ଘର ମହାରାଷ୍ଟ୍ର ପୁଣେରେ ବୋଲି ଜଣାପଡିଛି।

Comments are closed.