ଯୁବକ ମୃତ୍ୟୁକୁ ନେଇ ରାସ୍ତାରୋକ, ଅଟକିଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁ ଟିଆଗାଁରେ ଶୁକ୍ରବାର ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛି । ମୃତ ଓ ଆହତ ଦ୍ବୟ ବାପା ପୁଅ ବୋଲି ଜଣାପଡିଛି । ଆଜି ଅପରାହ୍ନରେ ଉଭୟ ବାପା ଓ ପୁଅ ଘର ଛପର କରୁଥିବା ବେଳେ ଅସାବଧାନତାବଶତଃ ବିଦ୍ୟତ୍ ତାର ସଂସ୍ପର୍ଶରେ ଆସିଥିଲେ । ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତା ଦେଇ ଯାଉଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଅଟକି ରହିଛି ।

Comments are closed.