ପୁଅ ପଜିଟିଭ୍‌, ଚିନ୍ତାରେ ମା’ଙ୍କ ମୃତ୍ୟୁ

ନନ୍ଦନକାନନ : ବାରଙ୍ଗ ବ୍ଲକ ଦାଢ଼ାପାଟଣା ଗ୍ରାମରେ ପୁଣି ଜଣେ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ପରେ ତାଙ୍କୁ ଗତ ଶୁକ୍ରବାର ବ୍ଲକ ପ୍ରଶାସନ ସହାୟତାରେ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସ୍ଥାନୀୟ ସରପଞ୍ଚ ତାଙ୍କ ପରିବାର ସଦସ୍ୟଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ କହିଥିଲେ। ସଂକ୍ରମିତଙ୍କ ମା’ଙ୍କ ରବିବାର ସନ୍ଧ୍ୟାରେ ହଠାତ୍‌ ମୃତ୍ୟୁ ଘଟିଛି । ପୁଅ ସଂକ୍ରମିତ ହେବା ଚିନ୍ତାରେ ମା’ ଆଖି ବୁଜିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
ସୂଚନାଯୋଗ୍ୟ, ଏହି ଗ୍ରାମରୁ ଗତ ୨ ତାରିଖ ଦିନ ଆଉ ଜଣେ ମା’ ପୁଅ ସଂକ୍ରମିତ ଚିନ୍ତାରେ ଆଖି ବୁଜିଥିଲେ।

Comments are closed.