ବଜ୍ରାଘାତରେ ମତ୍ସ୍ୟଜୀବୀ ମୃତ 

ଦେବଗଡ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମ ନିକଟସ୍ଥ ରେଙ୍ଗାଳି ଡ୍ୟାମ(ବ୍ରାହ୍ମଣୀ ନଦୀ) ଜଳ ଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ନୂଆାଁ ଗାଁ ଗ୍ରାମର ଗୁରୁଚରଣ ଧିବରଙ୍କ ପୁଅ ଜିତୁ ଧିବର(୨୬) ସବୁ ଦିନ ଭଳି ଆଜି ମଧ୍ୟ ମାଛ ମାରିବାକୁ ବାଘମାରୀ ଗ୍ରାମ ନିକଟସ୍ଥ ରେଙ୍ଗାଳି ଡ୍ୟାମ(ବ୍ରାହ୍ମଣୀ ନଦୀ) ଜଳ ଭଣ୍ଡାରକୁ ଯାଇଥିଲେ। ତେବେ ଅପରାହ୍ନ ପ୍ରାୟ ୨ ଟା ସମୟରେ ସେ ସେଠାରେ(ଜଳ ଭଣ୍ଡାର କଡରେ) ନିର୍ମାଣ କରିଥିବା କୁମାରୁ ବାହାରୁ ଥିବା ସମୟରେ ହଠାତ ବଜ୍ରପାତ ହେବା ଦ୍ବାରା ଘଟଣାସ୍ଥଳରେ ଜିତୁଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଖଇରପାଲି ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ଯାଇ ଜିତୁଙ୍କର ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.