ଟ୍ରେନରୁ ପଡି ମହିଳାଙ୍କ ମୁତ୍ୟୁ ସନ୍ଦେହ

ସୋର: ଟ୍ରେନରୁ ପଡି ଜଣେ ମହିଳାଙ୍କ ମୁତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସୋମବାର ରାତିରେ ଟ୍ରେନରୁ ଖସି ପଡିଥିବା ବେଳେ ମହିଳାଙ୍କ ପରିଚୟ ମିଳିନାହିଁ। ସୋର ଷ୍ଟେସନ ଠାରୁ ମାତ୍ର ଏକ କିମି ଦୂରରେ ଥିବା ଭଦ୍ରକ ଦିଗ ଟ୍ରେନ ଯାତାୟାତ କରୁଥିବା ଅପ ଡାଉନ ଟ୍ରାକ ମଝିରେ ମହିଳାଙ୍କ ମୃତଦେହ ପଡିଛି। ଲାଲ ଶାଢୀ ପିନ୍ଧିଥିବା ମହିଳା ମୃତଦେହର ଗୋଡ, ମୁଣ୍ଡ ଓ ମୁହଁରେ ମାଡ ହୋଇଥିବା ଦେଖିବାକୁ ମିଳିଛି।

Comments are closed.