ସୁଇମିଂ ପୁଲରେ ବୁଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ଭୁବନେଶ୍ୱର : ଏକ ଘରୋଇ କ୍ଳବ୍ ସୁଇମିଂ ପୁଲରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ସନ୍ଦୀପ ସାହୁ ଏବଂ ତାଙ୍କ ଘର ଡୁମୁଡୁମା ଅଞ୍ଚଳରେ ବୋଲି ଜଣାପଡିଛି । ସମର କ୍ୟାମ୍ପରେ ପହଁରା ପ୍ରଶିକ୍ଷଣ ନେଉଥିବା ବେଳେ ଏହି ଅଘଟଣ ଘଟିଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ସୁଇମିଂ ପୁଲର ଟ୍ରେନର କହିଛନ୍ତି ଯେ, ସନ୍ଦୀପ ପ୍ରଶିକ୍ଷଣ ପାଇଁ ଅଡମିଶନ କରିନଥିଲେ ଏବଂ ବିନା ପ୍ରଶିକ୍ଷଣରେ ପହଁରୁଥିଲା । ଏଥିରେ ତାଙ୍କର କୌଣସି ଭୁଲ୍ ନାହିଁ । ତବେ ଟ୍ରେନରଙ୍କ କଥାରେ କୌଣସି ତାଳମେଳ ନ ଥିବା ମୃତ ସନ୍ଦୀପଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

Comments are closed.