କୁକୁଡ଼ା ବୋଝେଇ ଟ୍ରକ୍‌ ଧକ୍କାରେ ବାଇକ୍ ଆରୋହୀ ମୃତ

ବାଲେଶ୍ୱର : ସୋର ଥାନା ଅନ୍ତର୍ଗତ ଦହିସଡା ନିକଟରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ମୁଗୁଣିପୁର ଶଶିକାନ୍ତ ନାୟକ । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳେ ସେ ବାଇକରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ କୁକୁଡ଼ା ବୋଝେଇ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ କୁକୁଡ଼ା ବୋଝେଇ ଟ୍ରକକୁ ଜବତ କରିବା ସହ ମୃଜଦେହକୁ ଉଦ୍ଧାର କରିଛି ।

Comments are closed.