ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ: ବିନ୍ଦୁ ସାଗରରେ ତିଳତର୍ପଣ

ଭୁବନେଶ୍ଵର: ଆଜି(ଏପ୍ରିଲ ୧୭) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ଏହି ଅବସରରେ ଶୁକ୍ରବାର ସକାଳେ ଏକାମ୍ର କ୍ଷେତ୍ରର ବିନ୍ଦୁ ସାଗରଠାରେ ବିବୁ ବାବୁଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର- ଉତ୍ତର ବିଧୟକ ସୁଶାନ୍ତ ରାଉତ ତିଳ ତର୍ପଣ କରିବା ସହିତ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Comments are closed.