ଖଣିରେ ବୁଡି ଯୁବକ ମୃତ

ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ତାପଙ୍ଗ ପାହାଡ଼ ଖଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ ତାପଙ୍ଗ ଗାଁର ମାଧବ ଜେନାଙ୍କ ପୁଅ ସନ୍ତୋଷ(୨୭)। ତାପଙ୍ଗ ଗାଁ ନିକଟସ୍ଥ ହାତିଆ ମୁଣ୍ଡିଆରୁ କଳା ମୁଗୁନି ଉତ୍ତୋଳନ ପାଇଁ ବ୍ଲାଷ୍ଟିଂ କରାଯାଇଥାଏ। ତେବେ ବ୍ଲାଷ୍ଟିଂ ପରେ ଉକ୍ତ ମୁଣ୍ଡିଆରେ କୁତ୍ରିମ ଖଣି ସୃଷ୍ଟି ହୋଇଛି। ଖଣିକୁ ସନ୍ତୋଷ ରବିବାର ଅପରାହ୍ନ ଦୁଇଟା ବେଳେ ଗାଧୋଇବା ପାଇଁ ଯାଇଥିଲା। ହେଲେ  ଗାଧୋଇବା ସମୟରେ ଅସାବଧାନତା ହେତୁ ସନ୍ତୋଷଙ୍କ ଗୋଡ଼ ଖସିଯାଇଥିଲା। ଖଣିରେ ଗଭୀର ପାଣି ଥିବାରୁ ପାଣିରେ ବୁଡି ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

 

Comments are closed.