ଟ୍ରେନ ସମ୍ମୁଖକୁ ଡେଇଁ ରାଜମିସ୍ତ୍ରୀଙ୍କ ଆତ୍ମହତ୍ୟା

ବଲାଙ୍ଗିର  : ବଲାଙ୍ଗିର ବରଗଡ ରେଳପଥ ଲକ୍ଷ୍ମୀଜୋର ୩୫୩ ନମ୍ବର ପୋଲରେ ଟ୍ରେନ ସମ୍ମୁଖକୁ ଡେଇଁ ରାଜମିସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ବେହେରାପାଲିର ରଂଜିତ ଭୁଏ। ବୟସ ୨୫ ବର୍ଷ ହେବ। ଗତ କିଛି ଦିନ ହେଲା ରଂଜିତଙ୍କ ମାନସିକ ଅବସ୍ଥା ଠିକ ନଥିବା ବେଳେ ଗତକାଲି ଘରୁ ବାହାରି ଚାଲି ଚାଲି ଆସିଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳେ ଗୁକୁଲଧାମ ପଛପଟେ ଥିବା ବଲାଙ୍ଗିର ବରଗଡ ରାସ୍ତାର ରେଳପଥରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ତାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ବଲାଙ୍ଗିର ରେଲବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ରଂଜିତକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସମ୍ପର୍କୀୟମାନେ ଦାବି କରିଛନ୍ତି।

Comments are closed.