କ୍ରେନ୍‌ ଧକ୍କାରେ ମହିଳା ମୃତ

ଆଠଗଡ଼: କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ଛକ ନିକଟରେ ମଙ୍ଗଳବାର ସକାଳେ ଏକ କ୍ରେନ୍‌ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ସେହି ଗ୍ରାମର ସୁଷମା ସାହୁ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସୁଷମା ସକାଳ ସମୟରେ ଫୁଲ ତୋଳିବାକୁ ବାହାରିଥିଲେ। ସେ ରାସ୍ତା ପାର ହେବାକୁ ଯାଉଥିବା ବେଳେ ତାଙ୍କୁ ଏକ କ୍ରେନ୍‌ ଜୋରରେ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସୁଷମାଙ୍କର  ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କ୍ରେନ୍‌ ଏକ ଘରେ ପଶିଯାଇଥିବା ଜଣାଯାଇଛି। ତେବେ ଦୁର୍ଘଟଣା ଘଟାଇବା ପରେ କ୍ରେନ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ଲାଗି ଆଠଗଡ଼ ଡାକ୍ତରଖାନାକୁ ପଠାଇଛି।

 

Comments are closed.