ସାପ କାମୁଡାରେ ଝିଅ ମୃତ, ବାପା ଅବସ୍ଥା ଗୁରୁତର

0

କେନ୍ଦୁଝର: ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ମୃତ ନାବାଳିକାଙ୍କ ବାପା ସୁକୁଲାଲ ମୁଣ୍ଡାଙ୍କୁ କେନ୍ଦୁଝର ଜିଲ୍ଲା ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଅଘଟଣା କେନ୍ଦୁଝର ସଦର ବ୍ଲକ୍ ସଂକିର ଗାଁରେ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ଶୋଇଥିବା ବେଳେ ଉଭୟ ବାପା ଓ ଝିଅଙ୍କୁ ସାପ କାମୁଡ଼ି ଥିଲା। ଆଜି ସକାଳେ ଝିଅ ପାଟିରୁ ଫେଣ ବାହାରିବା ଦେଖି ପରିବାର ଲୋକ ସାପ କାମୁଡିବା ସନ୍ଦେହରେ ଡାକ୍ତଖାନା ନେଇଥିଲେ । ସେଠାରେ ଝିଅକୁ ଡାକ୍ତର ମୃତ ଘୋଷଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ବାପାର ଚିକିତ୍ସା ଚାଲିଛି ।

Leave A Reply