ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର

ବନ୍ତଳା : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଧୁକୁଟା ଗାଁ ବନଦୁର୍ଗା ମନ୍ଦିର ନିକଟରେ ଯୁବକଙ୍କ ତଣ୍ଟି କଟା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ସେଠାରେ ମୃତଦେହ ପଡିଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଯୁବକଙ୍କ ତଣ୍ଟି କଟା ଯାଇଥିବାବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୁଦା ମୂଳରେ ମୃତଦେହ ପଡିରହିଛି। ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Comments are closed.