ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଲହୁଣପଡା : ସୁନ୍ଦରଗଡ଼ ଜିଲା ଲହୁଣପଡା ବ୍ଲକ ଅନ୍ତର୍ଗତ ଫୁଲଝର ପଞ୍ଚାୟତର ଉପର ଗିନିଆ ଗ୍ରାମରୁ ଆଜି ମାଟି ଖୋଳି ଜଣେ ମହିଳାଙ୍କ ଗଳିତ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସୂଚନା ଯୋଗ୍ୟ ଯେ, ଉପର ଗିନିଆ ଗ୍ରାମର ବିର୍ସା ମୁଣ୍ଡାର ଝିଅ
ଗୁରୁବାରି ମୁଣ୍ଡାକୁ ସେହି ଗ୍ରାମର ନେପାଳ ମୁଣ୍ଡା ବିବାହ କରିଥିଲେ କିନ୍ତୁ କୈଣସି କାରଣ ଯୋଗୁ ନେପାଳ ମୁଣ୍ଡା ମହୁଲପଦା ଥାନାରେ ସ୍ତ୍ରୀ ନିଖୋଜ ଥିବା ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ।

କିନ୍ତୁ ପୁଲିସ କୈଣସି ସୂତ୍ରରୁ ଖବର ପାଇଥିଲା ଯେ, ଗୁରୁବାରି ନିଖୋଜ ହୋଇ ନାହିଁ ତାକୁ ତା ସ୍ବାମୀ ନେପାଳ ମୁଣ୍ଡା ମାରି ପୋତି ଦେଇଛି। ଆଜି ଲହୁଣପଡା ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ଉପସ୍ଥିତରେ ମହୁଲପଦା ପୁଲିସ ପୋତା ଯାଇଥିବା ଗୁରୁବାରିର ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଅଭିଯୁକ୍ତ ସ୍ବାମୀ ନେପାଳ ମୁଣ୍ଡାକୁ ଗିରଫ କରିଛି। ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିବାର କାରଣ ଜଣା ପଡି ନ ଥିଲେ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।

Comments are closed.