ବର୍ବର ସ୍ବାମୀ ନେଲା ପତ୍ନୀର ଜୀବନ: ଗର୍ଭବତୀଙ୍କୁ ଟିକା ଦେବା ବେଳେ କାଟିଦେଲା ବେକ

ନିଆଳି: କଟକ ଜିଲା ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ବୁଧବାର ହତ୍ୟାକାଣ୍ଡ ଘଟିଛି। ଡ୍ୟୁଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ସମ୍ପୃକ୍ତ ନର୍ସଙ୍କ ସ୍ବାମୀ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।

ସୂଚନା ଅନୁଯାୟୀ, ନର୍ସ ଜଣଙ୍କ ଆଜି ମହୁରା ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟୀକା ଦେବାକୁ ଯାଇଥିଲେ । ଟୀକା ଦାନ କାର୍ଯ୍ୟ ଚାଲିଥିବାବେଳେ ଅଚାନକ ନର୍ସଙ୍କ ସ୍ବାମୀ ସେଠାରେ ପହଞ୍ଚି ଛୁରୀରେ ଆକ୍ରମଣ କରିଥିଲେ। ମହିଧରପଡ଼ା ମେଡିକାଲରେ ସମ୍ପୃକ୍ତ ନର୍ସ ଜଣଙ୍କ କାର୍ଯ୍ୟରତ ଥିଲେ। ଘଟଣା ସ୍ଥଳରେ ନର୍ସଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀକୁ ଲୋକେ କାବୁ କରିଥିବା ଜଣାପଡ଼ିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments are closed.