ନାବାଳକ ଟାଙ୍ଗିଆ ଚୋଟରେ ସମ୍ପର୍କୀୟ ଭାଇ ମୃତ

ରେଢ଼ାଖୋଲ :ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅନ୍ତର୍ଗତ ଟାମ୍ପରଗଡ଼ ପଂଚାୟତ ବେହେରା ଗ୍ରାମ ନିକଟସ୍ଥ ତଳିମାଲ ସାହିରେ ଘଟିଛି ଏକ ହତ୍ୟାକାଣ୍ଡ। ଗ୍ରାମର ଜଣେ ନାବାଳକ ପୂର୍ବ ଶତ୍ରୁତାକୁ ନେଇ ସାମ୍ପକୀୟ ଭାଇ ବିଲସନ ମୁଣ୍ଡା (୨୮)ଙ୍କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଛି। ଘଟଣାଟି ଘଟିଛି ବୁଧବାର ରାତ୍ରୀ ପ୍ରାୟ ସାଢ଼େ ୮ଟା ସମୟରେ। ଘଟଣାର ଖବର ପାଇ ରେଢ଼ାଖୋଲ ଏସଡିପିଓ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Comments
Loading...