ଟ୍ରାକ୍ଟର ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବସ୍ତା : ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତର କୁଶଡିହା ଗ୍ରାମ ନିବାସୀ ରତ୍ନାକର ବାରିକ(୮୦)ଙ୍କ ଉପରେ ମଙ୍ଗଳବାର ଏକ ଟ୍ରାକ୍ଟର ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ଗାଁ ରାସ୍ତା କଡ଼ରେ ବସିଥିବାବେଳେ ହଠାତ ଟ୍ରାକ୍ଟର ଏହି ଦୁର୍ଘଟଣା ଘଟାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ମେଡିକାଲ ନିଆଯାଇଥିଲା।ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡ୍ରାଇଭରକୁ ଅଟକ ରଖାଯିବା ସହ ଟ୍ରାକ୍ଟରଟିକୁ ଜବତ କରାଯାଇଥିବା ଜଣାପଡିଛି।

Comments are closed.