ଅଭିନେତ୍ରୀ ପ୍ରେକ୍ଷା ମେହଟାଙ୍କ ଆତ୍ମହତ୍ୟା

ଇନ୍ଦୋର : ଟେଲିଭିଜନ ଅଭିନେତ୍ରୀ ପ୍ରେକ୍ଷା ମେହଟା (୨୫) ଇନ୍ଦୋରସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ସେ ଆତ୍ମହତ୍ୟା କରିଥିବାବେଳେ ମଙ୍ଗଳବାର ସକାଳେ ତାଙ୍କ ବାପା ଏହା ପ୍ରଥମେ ଦେଖିବାକୁ ପାଇଥିଲେ। ପ୍ରେକ୍ଷାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା। ପ୍ରେକ୍ଷାଙ୍କର ଏକ ସୁଇସାଇଡ ନୋଟ ଜବତ କରାଯାଇଥିବାବେଳେ ଏଥିରେ ଆତ୍ମହତ୍ୟାର କାରଣ ଉଲ୍ଲେଖ କରାଯାଇ ନାହିଁ। ପ୍ରେକ୍ଷା କ୍ରାଇମ ପୋର୍ଟାଲ, ମେରୀ ଦୁର୍ଗା ଭଳି ଟିଭି ସିରିୟଲରେ ଅଭିନୟ କରିଛନ୍ତି।