ବଜ୍ରପାତରେ ଜଣେ ମୃତ, ୮ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଥିଛନ୍ତି। ମୃତକ ଜଣଙ୍କ ଜଣେ ଯୁବକ ଓ ତାଙ୍କର ନାମ ପବିତ୍ର ଗୋଲରି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଉଭୟ ମୃତ ଓ ଗୁରୁତର ନୂଆଗୁଡା ଗ୍ରାମରୁ ଚିନାବାଦାମ ତୋଳୁ ଥିବା ସମୟରେ ବର୍ଷା ଓ ଘଡ଼ଘଡି ହୋଇଥିଲା ସମସ୍ତେ ବର୍ଷା ଯୋଗୁ ଏକ ଗଛ ମୂଳେ ଆଶ୍ରୟ ନେଉଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ପବିତ୍ର ଗୋଲରିଙ୍କ ମୃତ୍ୟୁ ହୋଇ ଥିଲା ଅନ୍ୟ ଆଠ ଜଣଙ୍କୁ ଗୁରତର ଅବସ୍ଥାରେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.