ବାପା ଓ ମାଆଙ୍କ କଳିରୁ ୮ ମାସ ଶିଶୁକନ୍ୟା ମୃତ

ଆନନ୍ଦପୁର :  ଆନନ୍ଦପୁର ପୌରାଞ୍ଚଳ ସାଉଁଟି ସାହିରେ ମଙ୍ଗଳବାର ଏକ ଅଭାନୀୟ ଘଟଣା ଘଟିଯାଇଛି । ବାପା ଓ ମାଆଙ୍କ କଳିରେ ୮ମାସର ଝିଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କୌଣସି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ସ୍ବାମୀ କ୍ରୋଧିତ ହୋଇ ସ୍ତ୍ରୀଙ୍କୁ ଠେଙ୍ଗାରେ  ପିଟିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସ୍ବାମୀଙ୍କ ଠେଙ୍ଗା ପ୍ରହାର ସ୍ତ୍ରୀଙ୍କ ଦେହରେ ନ ବାଜି ପାଖରେ ଥିବା ଝିଅ ମୁଣ୍ଡରେ ବାଜିଥିଲା । ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରାଯାଇ କଟକ ମେଡ଼ିକାଲ ନେଉଥିବାବେଳେ ରାସ୍ତାରେ ତାର ମୃତ୍ୟୁ ଘଟିଥିଲା ।

 

Comments are closed.