ସ୍ବାମୀ ମୃତ୍ୟୁ ଦେଖି ସ୍ତ୍ରୀ ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବଡ଼ପାରିଆ ଗ୍ରାମରେ ଗୁରୁବାର ହୃଦଘାତରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପ୍ରଥମେ ସ୍ବାମୀ ହୃଦଘାତର ଶିକାର ହୋଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ଦେଖି ସଙ୍ଗେସଙ୍ଗେ ସ୍ତ୍ରୀ ମଧ୍ୟ ହୃଦଘାତର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।

Comments are closed.