ପିଏମଜିଏସୱାଇ ଯୋଜନାରେ ରାସ୍ତା କାମ ବେଳେ ଶ୍ରମିକ ମୃତ

ସୋର : ବାଲେଶ୍ବର ଜିଲା ସୋର ସ୍ଥିତ ସାଣ୍ଟପଡା ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟ ଚାଲିଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ହେଉଛନ୍ତି ଅନନ୍ତପୁର ଫାଣ୍ଡି ବାଲିକତିରଣ ଗ୍ରାମର ଶଶିକାନ୍ତ ସାହୁ। ସେ ମିକ୍ଚର ମେସିନରେ ତେଲ ଭରୁଥିଲେ। ସେହି ସମୟରେ ମେସିନଟି ତଳକୁ ଖସି ପଡିବାରୁ ଶଶିକାନ୍ତ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।