ଉପକାରାଗାରରେ କଏଦୀଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ସୋନପୁର : ଜିଲା ଉପକାରାଗାରରେ ଜଣେ ବିଚରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରବିବାର ସକାଳେ ଉପକାରାଗାରର ପାଇଖାନା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉ ଥିବା ବେଳେ ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି । ମୃତକ କଏଦୀ ହେଲେ ଟିକୁ ଅଜଗର । ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ହତ୍ୟା ମାମଲାରେ ଟିକୁ ଗିରଫ ହୋଇ ଉପକାରାଗାର ଥିଲା ।

Comments are closed.