କାଳ ହେଲା ଗାଡି ପୂଜା; ପୂଜକଙ୍କ ଉପରେ ଚଢିଗଲା ପିକଅପ୍ ଭ୍ୟାନ୍

ମାଲକାନାଗିରି : ପୂଜା କରୁଥିବା ଗାଡି ଚକା ତଳେ ଚାଲିଗଲା ପୂଜକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଡୁର୍କାଯୋଡ଼ି ଗାଁରେ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଜାରି ରହିଛି ।

ସୂଚନାଯୋଗ୍ୟ, ଶନିବାର ସକାଳେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏକ ନୂଆ ପିକଅପ୍ ଭ୍ୟାନ୍ ପୂଜା କରିବା ପାଇଁ ପୂଜକଙ୍କ ନିକଟକୁ ଆସିଥିଲେ । ପୂଜା ପରେ ଆଗ ଚକା ତଳେ ଲେମ୍ବୁ ରଖୁଥିବା ବେଳେ ପିକଅପ୍ ଭ୍ୟାନ୍ ପୂଜକଙ୍କ ଉପରକୁ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ପୂଜକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମାଥିଲି ଥାନାରେ ଏନେଇ ଏକ ମାମଲା ରୁଜୁ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.