କାଳବୈଶାଖୀ ପ୍ରଭାବ : ଘର ଉପରେ ଗଛ ପଡି ମା’ ଓ ଝିଅ ମୃତ, ବାପା ଗୁରୁତର

ନୂଆପଡା : ନୂଆପଡା ଭଣ୍ଡାରପୁରୀ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଗଛ ଉପୁଡି ଏକ ଘର ଉପରେ ପଡିଯାଇଛି। ଏହା ଫଳରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବା ଜଣାପଡିଛି। ଗୁରୁତର ବାପାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ପରିବାର ଲୋକ ଶୋଇଥିବା ବେଳେ କାଳବୈଶାଖୀ ପ୍ରଭାବରେ ଏକ ବିରାଟକାୟ ଗଛ ଉପୁଡି ତାଙ୍କ ଘର ଉପରେ ପଡିଯାଇଥିଲା। ଫଳରେ ମା’ ଓ ଝିଅ ତଳେ ଚାପି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ଶନିବାର ଭୋରୁ ଘଟିଥିବା ଜଣାପଡିଛି।

Comments are closed.