ଭୋଟ ଦେବାକୁ ଆସିଥିବା ବୃଦ୍ଧଙ୍କ ମୃତ୍ୟୁ

ଆସିକା : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର-୧୮୩ରେ ଭୋଟ ଗ୍ରହଣ ବେଳେ ଅଘଟଣ ଘଟି ଯାଇଛି। ସେଠାକୁ ଭୋଟ ଦେବାକୁ ଆସିଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି। ମୃତକ କଂସାମାରି ଗ୍ରାମର ନଟବର ବେହେରା (୯୫) ବୋଲି ଜଣାପଡିଛି। ବୃଦ୍ଧ ଜଣକ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ହଠାତ ଚେତା ଶୂନ୍ୟ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ପାଣି ଛିଞ୍ଚି ସ୍ଥାନୀୟ ମେଡିକାଲକୁ ନେଇ ଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

 

Comments are closed.