ପତ୍ନୀଙ୍କ ମୃତ୍ୟୁ ଦୁଃଖରେ ପତିଙ୍କୁ ହୃଦଘାତ; ଗୋଟିଏ ଜୁଇରେ ଶୋଇଲେ ବୃଦ୍ଧ ଦମ୍ପତି

ବରପାଲି : ବରପାଲି ବ୍ଲକ ରେମତା କୃଷକପଲ୍ଲୀ ଗାଁରେ ପତ୍ନୀଙ୍କ ପରଲୋକ ଦୁଃଖ ସହି ନ ପାରି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିବା ଏବଂ ଉଭୟଙ୍କୁ ଗୋଟିଏ ଜୁଇରେ ଅନ୍ତିମ ସଂସ୍କାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି ।  ମୃତ୍ୟୁ ଦୁଃକ  ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। କୁମ୍ଭାରୀ ରାସ୍ତା କଡ଼ ଧିରପୁର କେନାଲ ଶିବମନ୍ଦିର ପୂଜକ ଲାଲ ମୋହନ ବଚ୍ଛର(୬୮) ଓ ତାଙ୍କ ଧର୍ମପତ୍ନୀ ଉର୍ମିଲା ବଚ୍ଛା(୬୧)ଙ୍କ ଆଗପଛ ଭାବେ ଦେହାନ୍ତ ହେବାରୁ ସମ୍ପର୍କିୟ ଓ ସାଇପଡ଼ିଶା ସହାୟତାରେ ସ୍ଥାନୀୟ ମଷାଣିକୁ ବୋହି ନେଇ ଶେଷକୃତ୍ୟ ସମାପନ କରାଯାଇଥିଲା।

ସୂଚାନ ଅନୁଯାୟୀ, ଧୀରପାଲି ଶିବପୂଜକ ଲାଲ ମୋହନ ବଛର (୬୮)ଙ୍କ ପତ୍ନୀ ହେଉଛନ୍ତି ଉର୍ମିଳା ବଛା (୬୧)  । ଉର୍ମିଳା ଦୀର୍ଘଦିନରୁ କର୍କଟ ରୋଗରେ ପୀଡ଼ିତ ଥିଲେ ।  ଲାଲମୋହନ ମନ୍ଦିର ପୂଜାରୁ ସାମାନ୍ୟ କିଛି ଅର୍ଥ ରୋଜଗାର କରୁଥିଲେ, ପରିବାର ଗୁଜୁରାଣ ପରେ ଯାହା ବଞ୍ଚିଲା ସେଥିରେ ଉର୍ମିଳାଙ୍କ ଚିକିତ୍ସା ହେଉଥିଲା। ପଡ଼ୋଶୀମାନଙ୍କ କହିବାନୁଯାୟୀ ଅର୍ଥ ଅଭାବ ଓ ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ଦେଖି ଲାଲମୋହନ ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ କିଛିଦିନ ତଳେ ବିଡ଼ିଓ ତ୍ରିବ୍ରିକ୍ରମ କୁମୁଡ଼ାଙ୍କ ସହଯୋଗରେ ଲାଲମୋହନ ଓ ତାଙ୍କ ପତ୍ନୀଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ।  କିଛିଦିନ ଚିକିତ୍ସା ଚାଲୁରହିଲା ପରେ ସେମାନଙ୍କୁ ଡ଼ାକ୍ତରଖାନାରୁ ଛାଡ଼ି ଦିଆଯାଇଥିଲା ଓ ଉଭୟ ନିଜ ଘରକୁ ଫେରି ଆସିଥିଲେ ।

ଦୁଇଦିନ ତଳେ ପୂଜକ କୌଣସି କାମରେ ଘରକୁ ଯାଇଥିଲେ । ମାତ୍ର ଘରକୁ ଫେରିବା ବେଳକୁ ତାଙ୍କ ପତ୍ନୀର ମୃତ୍ୟୁ ଘଟିଥିବା ସୂଚନା ପାଇଥିଲେ । ଦୁଃଖରେ ଲାଲମୋହନ ଘର ସାମ୍ନରେ ଏକ ଗଛମୂଳେ ବସି ପଡ଼ିଥିଲେ ଓ ସେଠାରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ପଡ଼ୋଶୀ ଓ ସମ୍ପର୍କିୟମାନେ ଘଟଣା ସମ୍ପର୍କରେ ଜାଣିଲା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଲୋକଙ୍କ କହିବାକଥା ଲାଲମୋହନ ନିଜ ପତ୍ନୀଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ଓ ଗୋଟିଏ କଥା ସଦାବେଳେ କହନ୍ତି ଯେତେଦିନ ପର୍ଯ୍ୟନ୍ତ ଇଏ ବଞ୍ଚିଥିବ ମୁଁ ଠିକ ଅଛି ଯୋଉଦିନ କାଳ ନେବ ଏକାସଙ୍ଗରେ ଦୁଇ ଜଣଙ୍କୁ ନେବ । ଲାଲମୋହନଙ୍କ ସେହି କଥା ହିଁ ରହିଲା । ଗ୍ରାମବାସୀ ଗୋଟିଏ ଜୁଇରେ ଉଭୟଙ୍କ ଅନ୍ତିମ ସଂସ୍କାର କରିଥିଲେ ।

Comments are closed.