ଦୋକାନ ସହ ଜଳି ଜୀବନ୍ତ ଜଳିଗଲେ ମାଲିକ

0

ବଲାଙ୍ଗୀର : ନିଆଁ ଲାଗି ଦୋକାନ ସହ ଜଳି ମାଲିକ ଜୀବନ୍ତ ଜଳି ଯାଇଛନ୍ତି। ଏପରି ଘଟଣା ବଲାଙ୍ଗୀର ଜିଲାରେ ଘଟିଛି। ମୃତକ ହେଉଛନ୍ତି ମାଲପଡାର ସୁରଜ କ୍ଷେତି (୨୬)। ମଙ୍ଗଳବାର ରାତିରେ ସେ ଶୋଇଥିବା ବେଳେ ଦୋକାନରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସୁରଜ ଦୋକାନରେ ଶୋଇଥିବାରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରିଛି।

ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାରୁ ତାଙ୍କ ଦୋକାନରେ କେହି ନିଆଁ ଲଗାଇ ଦେଇଥିବା ତାଙ୍କ ବଡ ଭାଇ କହିଛନ୍ତି।

Leave A Reply