ସନ୍ଦେହଜନକ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଥାନା ଅନ୍ତର୍ଗତ ନୂଆକଟ ପଂଚାୟତର ସିନ୍ଧିଗୁଡା ଗ୍ରାମରେ ବୁଧବାର ସ୍ଥାନୀୟ ଗ୍ରାମ ନିକଟରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ସନ୍ଦେହ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ସିନ୍ଧିଗୁଡା ଗ୍ରାମର ନରେନ୍ଦ୍ର ଗୌଡ଼(୩୪) ଗତକାଲି ରାତିରେ ନିଜ ଘରଠୁ ୨୦୦ ମିଟର ଦୂରରେ ଥିବା ତାଙ୍କ ଦୋକାନକୁ ବାପା ଭୁଜବଳ ଗୌଡ଼ ପାଇଁ ଖାଇବା ଧରି ବାହାରି ଯାଇଥିଲା। ସେଠାରେ ନିଜ ବାପାକୁ ଖାଇବାକୁ ଦେଇ ସେଠାରୁ ଟର୍ଚ୍ଚ ଲାଇଟ ଧରି ନିକଟରେ ଥିବା ନାଳକୁ ଶୌଚ ପାଇଁ ଯିବି ବୋଲି ବାପାକୁ କହିଯାଇଥିଲା। ନରେନ୍ଦ୍ର ଘରକୁ ଫେରିବା ବିଳମ୍ବ ହେବାରୁ କାଳେ ଦୋକାନରେ ସୋଇଥିବ ଭାବି ନରେନ୍ଦ୍ରର ସ୍ତ୍ରୀ ଚୁପ ରହିଗଲେ। ସକାଳୁ ଗାଁ ଲୋକ ନାଳ ନିକଟରେ ଗୌଡ଼ର ମୃତ ଦେହ ପଡ଼ିଥିବା ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସି ତାକୁ ଉଠାଇ ଘରକୁ ନେଇ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତର ଅନୁଧ୍ୟାନ କରୁଛି।

Comments are closed.