ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପରଲୋକ, ଶୋକ ପ୍ରକାଶ କଲା ସଂଘ

କେନ୍ଦ୍ରାପଡ଼ା : ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡ଼ା ଶାଖାର ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ସୁରେଶ ଚନ୍ଦ୍ର ଗୋଛାୟତଙ୍କର ସୋମବାର ରାତ୍ରିରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ କେନ୍ଦ୍ରାପଡ଼ା ଜିଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ମାଧବାନନ୍ଦ ମହାପାତ୍ର, ବିଜୟ କୁମାର ବରାଳ ଓ ନିତ୍ୟାନନ୍ଦ ସେଠି ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।