ବ୍ୟବଚ୍ଛେଦ ପାଇଁ ୧୭ ଘଣ୍ଟା ହେଲା ଡାକ୍ତରଖାନାରେ ପଡ଼ି ରହିଛି ମୃତଦେହ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ମେଡ଼ିକାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁ ୧୭ଘଣ୍ଟା ହେଲା ଜଣେ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ନହୋଇ ପଡ଼ିରହିଛି। ମୃତକ ଜଣକ କଟାଘାଟି ଟାଙ୍ଗିରିଆପାଳ ଗାଁର ଜିତେନ୍ଦ୍ର ମୁର୍ମୁ। ବୁଧବାର ଜିତେନ୍ଦ୍ରଙ୍କ ବିବାହ ଭୋଜି ଚାଲିଥିବା ବେଳେ ବଜ୍ରପାତ କାରଣରୁ ସେ ଗୁରୁତର ହୋଇଥିଲେ। ଗ୍ରାମବାସୀ ଓ ପରିବାରବର୍ଗ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗତକାଲି ସନ୍ଧ୍ୟା ୬ଟାରୁ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ନହୋଇ ପଡ଼ି ରହିଛି। ଆଦିବାସୀ ପରମ୍ପରା ଅନୁସାରେ ସତ୍କାର ଶେଷ ନହେବା ଯାଏଁ ଗାଁ ଲୋକଙ୍କ ଖାଇବା ବନ୍ଦ ଥିବାରୁ ଶତାଧିକ ଗ୍ରାମବାସୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଅପେକ୍ଷାରେ ରହିଛନ୍ତି।

Comments are closed.