ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

0

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ରୋଡର ମାଳବିହାରପୁର ଗ୍ରାମ ସଞ୍ଜୋଗୀ ରାସ୍ତା ଖନ୍ଦକପୋଲ ନିକଟରେ ୨୫ବର୍ଷ ବୟସର ଜଣେ ଯୁବକର ମୃତଦେହ ପଡିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଥିଲା। ସୁବର୍ଣ୍ଣପୁର ବିଟ୍ ହାଉସ୍ ଅଧିକାରୀ ଅଶୋକ କୁମାର ପଣ୍ଡା ରବିବାର ରାତି ୧୦ଟାରେ ଖବର ପାଇ ଘଟଣାସ୍ଥଳକୁ ଯାଇ ଅଚେତ ଅବସ୍ଥାରେ ଯୁବକକୁ ପଡିଥିବା ଦେଖିଥିଲେ। ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ ମେଡିକାଲ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ଦିନ ବାଙ୍କୀ ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ,ଉପଖଣ୍ଡ ପୋଲିସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଆଠଗଡ ମେଡିକାଲରେ ଉପସ୍ଥିତ ରହି ଶବ ବ୍ୟବଚ୍ଛେଦ କରାଇଥିଲେ। ଆଜି ସକାଳେ ମୃତକଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚିି ଶବକୁ ଚିହ୍ନଟ କରିଛନ୍ତି। ତିଗିରିଆ ବ୍ଲକ ନୂଆପାଟଣା ଜେମାଦେଇପୁର ଗ୍ରାମର ବିଶ୍ୱନାଥ ବର୍ଦ୍ଧନଙ୍କ ପୁଅ ସନାତନ ବର୍ଦ୍ଧନ(୨୫)ବୋଲି ଜଣାପଡିଛି। ମାତ୍ର କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।

Leave A Reply