ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

କଳାହାଣ୍ଡି: କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗାଁର ସାହଜାଖୋଲ ଜଙ୍ଗଲକୁ ଲାଗି ରହିଥିବା ଏକ ପୋଖରୀରୁ ସୋମବାର ଜଣେ ଯୁବକର ମୃତଦେହ  ଉଦ୍ଧାର କରାଯାଇଛି।  ମୃତକ ହେଲେ ରାଜେନ୍ଦ୍ର ମାଝୀ ।

ସୂଚନା ଅନୁଯାୟୀ, ରାଜେନ୍ଦ୍ର ମାଝୀ ଗତ ୩ ଦିନ ହେବ ନିଖୋଜ ଥିଲେ । ସୋମବାର ସ୍ଥାନୀୟଲୋକେ ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥଇଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର ପରେ ଏହା ରାଜେନ୍ଦ୍ର ମାଝୀଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା।  ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲା ।

Leave A Reply