ଅଭାବନୀୟ ଦୃଶ୍ୟ: ସ୍ୱର୍ଗଦ୍ୱାରକୁ ଟ୍ରଲିରେ ବୁହା ହୋଇ ଗଲା ଶବ

ଟ୍ରଲିରେ ବୁହା ହେଲା ଶବ। ବିଶ୍ୱାସ ନ ହେଲେ ବି ସତ। ମୃତଦେହକୁ ସମ୍ମାନ ଦେବା ପାଇଁ ସରକାରଙ୍କ ଯୋଜନା ଯେ କେବଳ କାଗଜପତ୍ରରେ ସୁନ୍ଦର, ତାହା ପ୍ରମାଣ କରୁଛି ଏହି ସମ୍ବାଦ ସହ ଦିଆଯାଇଥିବା ଭିଡିଓ। ମୃତ୍ୟୁ ପୂର୍ବରୁ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ହେଲେ ଆତ୍ମା ମୁକ୍ତି ପାଇବାର ଇଛା ଶେଷରେ ଏଭଳି ଅବସ୍ଥାକୁ ରୂପାନ୍ତରିତ ହେବ, ତାହା ହୁଏତ କେହି ଭାବି ନ ଥିବେ।

ଶୁକ୍ରବାର ରାତି ୯ଟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନ ନିକଟରେ ମୃତକଙ୍କ ଶବ ଟ୍ରଲିରେ ଲଦି ଦୁଇଜଣ ବ୍ୟକ୍ତି ସତ୍କାର ପାଇଁ ସ୍ଵର୍ଗଦ୍ଵାର ନେଉଥିବା ଦେଖିବାକୁ ମିଳିଛି।

Comments are closed.