ନାଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର 

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମ ନିକଟରେ ଥିବା ସହସିଆମାଲ ଗାଁ ଦେଇ ପ୍ରବାହିତ ଏକ ନାଳା ରୁ ଗତ ସୋମବାର ଦିନ ପୁଲିସ ଯଶୋତା ନେଟୀ( ୪୪) ନାମ୍ନୀ ଜନୈକ ମହିଲା ଙ୍କ ମୃତ ଦେହ ଉଦ୍ଧାର କରିଛି। ସେ ନାଳାକୁ ଗାଧୋଇବାକୁ ଯାଇ ପାଣି ରେ ବୁଡି ମୃତ୍ୟୁ ବରଣ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି।  ଖବର ପାଇ କତରବଗା ଥାନା ଅଧିକାରୀ ଅଜୟ କୁମାର ଜେନା ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି।

Comments are closed.