ଅଶୋକନଗର ୟୁକୋ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର: ଅଶୋକନଗରସ୍ଥିତ ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଆର. ରଞ୍ଜିତା ରାଓଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଘର ଭିତରୁ ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଛି।  ରଞ୍ଜିତାଙ୍କ ଘର ନବରଙ୍ଗପୁର ଜିଲାରେ ବୋଲି ସୂଚନା ମିଳିଛି। ସେ ରାଜଧାନୀର ଅଶୋକନଗରରେ ଥିବା ୟୁକୋ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ଗୁରୁବାର ସକାଳେ ପୁଲିସ ତାଙ୍କ ଭଡ଼ା ଘର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ଏମଆଇଜି-୫୧ରୁ ରଞ୍ଜିତାଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି। ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି ସେ ଦିଗରେ ପୁଲିସ ଅଧିକ ତଦନ୍ତ ଚଳାଇଛି।

Comments are closed.