ନଦୀରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା?

ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସୁଧୀର ନାୟକଙ୍କ ମୃତଦେହ ସୁନ୍ଦରଗଡ଼ ନିକଟସ୍ଥ ଏକ ନଦୀରୁ ଉଦ୍ଧାର କରାଯାଇଛି । ସେ ଗତ  କାଲି ନିଖୋଜ ଥିବାନେଇ ତାଙ୍କ ପରିବାର ଭଷ୍ମା ଥାନାରେ ଅଭିଯୋଗ କରିଥିଲେ  ।

ନଦୀରୁ ଯେଉଁଠୁ ସୁଧୀରଙ୍କ ଶବ ଉଦ୍ଧାର ହୋଇଛି ତାହାଠାରୁ କିଛି ଦୂରରେ ତାଙ୍କର ବାଇକ ମଧ୍ୟ ଜବତ ​ ହୋଇଛି ।  ସୁଧିର ନାଏକ ଆତ୍ମହତ୍ୟା କରିଛନ୍ତି  ନା ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.