ପତ୍ନୀ, ୩ ଛୁଆଙ୍କୁ ବିଷ ଦେଇ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲେ ବ୍ୟକ୍ତି

ଫରିଦାବାଦ : ଫରୀଦାବାଦର ମୁଣ୍ଡକତି ଥାନା ଅନ୍ତର୍ଗତ ଔରଙ୍ଗବାଦରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ୨ଝିଅ ଓ ଗୋଟିଏ ପୁଅକୁ ବିଷ ଦେଇ ମାରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଛି। ବୁଧବାର ସକାଳେ ଏହି ଘଟଣା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର ଏଭଳି ଅଭାବନୀୟ ଘଟଣା କେଉଁ କାରଣରୁ ଘଟିଛି ସେନେଇ କୌଣସି ସୂଚନା ମିଳିନାହିଁ। ଘଟଣାର ତଦନ୍ତ ଜାରି ରହିଛି।

Comments are closed.