ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : ଘର ଭିତରୁ  ମହିଳାଙ୍କ ଅର୍ଦ୍ଧଦଗ୍ଧ  ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଥାନା ବଢେଇପଡା ଗାଁରେ ଘଟିଛି ବୋଲି ଗୁରୁବାର ଖବର ମିଳିଛି। ପାରିବାରିକ କଳହରୁ ମହିଳାଙ୍କୁ ତାଙ୍କ ସ୍ୱାମୀ ପୋଡି ମାରିଥିବା ନେଇ ସନ୍ଦେହ କରାଯାଉଛି। ଉକ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ବଢେଇପଡା ଗାଁରେ ସେ ଭଡାରେ ରହୁଥିଲେ। ମହିଳାଙ୍କ ସ୍ୱାମୀ ଫେରାର ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ନିୟମିତ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ନେଇ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି।

Comments are closed.