ଟ୍ରେନ ଭିତରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର, କରୋନାରେ ମୃତ୍ୟୁ ଆଶଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ମଙ୍ଗଳବାର ଭୋର ସମୟରେ ଅହମ୍ମଦବାଦ-ପୁରୀ ଟ୍ରେନରୁ ଜଣେ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବ୍ୟକ୍ତି ଜଣକ ପରିବାରର ଅନ୍ୟ ୩ ସଦସ୍ୟଙ୍କ ସହ ନିଜ ଘରକୁ ଫେରୁଥିଲେ। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ହେଲେ ଟ୍ରେନରେ ଫେରୁଥିବା ବେଳେ ଅଧ ରାସ୍ତାରେ(ଗତ କାଲି ରାତି ୧୦ ଟା ପାଖାପାଖି) ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ଲୋକେ ଏ ନେଇ ଅନ୍ୟ ଯାତ୍ରୀଙ୍କୁ ମୃତ୍ୟୁ ସୂଚନା ଦେଇ ନ ଥିଲେ। ହେଲେ ବ୍ରହ୍ମପୁର ଷ୍ଟେସନରେ ଜଣାପଡିବା ପରେ ମୃତଦେହକୁ ଷ୍ଟେସନ କର୍ତ୍ତୃପକ୍ଷ, ଜିଆରପି ଏବଂ ଆରପିଏଫ ଉପସ୍ଥିତିରେ ଜବତ କରାଯାଇଥିଲା। ଏହି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ପରୀକ୍ଷଣ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ।

Comments are closed.