ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼: ଟିଟିଲାଗଡ଼ ହାଟପଦା ପଡାଠାରେ ଏକ ଭଡା ଘରୁ ଶନିବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଜଣକ ଭୁବନେଶ୍ୱରର ଲିଜା ଡାକୁଆ (୨୭) ବୋଲି ଜଣାପଡିଛି।

ଲିଜା କଳାହାଣ୍ଡି ଜିଲା ବିଶ୍ୱନାଥପୁରର ଗୁଣନିଧି ଡାକୁଆଙ୍କୁ ପ୍ରେମ ବିବାହ କରିଥିବା ଜଣାଯାଇଛି। ଟିଟିଲାଗଡ଼ରେ ପ୍ରାୟ ୩ ବର୍ଷ ହେଲା ଏକ ଭଡା ଘରେ ପତ୍ନୀ ଲିଜାଙ୍କୁ ରଖି ଗୁଣନିଧି ରାୟଗଡା ଜିଲା ମୁନିଗୁଡା ଅଞ୍ଚଳରେ କାମ କରୁଥିଲେ। ଲିଜା ଆଜି ସକାଳୁ ନ ଉଠିବା ଓ ଘରର କବାଟ ଖୋଲାଥିବା ଦେଖି ଘର ମାଲିକ ନିଜ ସ୍ତ୍ରୀଙ୍କ ସହ ଭିତରକୁ ଯାଇଥିଲେ। ଲିଜାଙ୍କ ମୃତଦେହ ପଡ଼ିଥିବା ଦେଖି ଘର ମାଲିକ ପୁଲିସକୁ ଖବର ଦେଇଥିଲେ। ଆଇଆଇସି ରଞ୍ଜନ ବାରିହା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.