ଶାଢୀ, ଶଙ୍ଖା ଓ ସିନ୍ଦୁର ପିନ୍ଧା ଯୁବକଙ୍କ ମୃତଦେହ ଉଦ୍ଧାର; କାରଣ ଅସ୍ପଷ୍ଟ

0

ବାଲେଶ୍ବର: ଶାଢୀ, ଶଙ୍ଖା ଓ ସିନ୍ଦୁର ପିନ୍ଧି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସୋର ଥାନା ତେଣ୍ଟଇ ବରିପଡା ଗ୍ରାମର କମଳାକାନ୍ତ ବେହେରାଙ୍କ ପୁଅ ଉମାକାନ୍ତ(୨୬)  । ଗତ କିଛିଦିନ ଧରି ବେଙ୍ଗାଲୁରୁର ଏକ ବେସରକାରୀ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ । ଶନିବାର ସକାଳେ କମ୍ପାନୀକୁ ନ ଯାଇଥିବାରୁ ତାଙ୍କ ସହକର୍ମୀମାନେ ଭଡା ଘରେ ପହଞ୍ଚିଥିଲେ । ଶାଢୀ, ଶଙ୍ଖା ଓ ସିନ୍ଦୁର ପିନ୍ଧି ନାରୀ ବେଶରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଏଭଳି ବେଶରେ ଉମାକାନ୍ତଙ୍କ ମୃତଦେହ ମିଳିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply