ଆର୍ମି ଏଡି କଲେଜ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆର୍ମି କଲେଜ ପରିସର ମଧ୍ୟରେ ଥିବା କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ମହିଳା ଜଣଙ୍କ ଆର୍ମି ଏଡି କଲେଜ କାର୍ୟ୍ୟରତ ଥିବା ଯବାନ ଆନନ୍ଦ ସିଂଙ୍କ ପତ୍ନୀ କାମିନୀ ସିଂ(୨୫) ବୋଲି ଜଣାପଡିଛି।

ସୂଚନା ଯେ, ଯବାନ ଜଣକ ପ୍ରାୟ ୨ ବର୍ଷ ହେଲା କ୍ୱାର୍ଟରରେ ରହୁଥିଲେ। ଆଜି ସକାଳେ ସ୍ବାମୀ ଓ ଶିଶୁ କନ୍ୟା ଶୋଇଥିବା ବେଳେ ଅନ୍ୟ ଏକ ରୁମରେ କାମିନୀ ଫ୍ୟାନ୍ ହୁକରେ ବେକରେ ଚୂନି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏ ନେଇ ସ୍ବାମୀ ଗୋପାଳପୁର ଥାନରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ସୁଇସାଇଡ ନୋଟ ଜବତ କରିଛି। ଏ ନେଇ କେସ ନଂ ୮/୨୧ ମାମଲା ରୁଜୁ କରି ଶବକୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି।

Comments are closed.