ନିଖୋଜ ମହିଳାଙ୍କ ଗଳିତ ମୃତଦେହ କାଜୁ ଜଙ୍ଗଲରୁ ଉଦ୍ଧାର

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ମଧୁବନ କାଜୁ ଜଙ୍ଗଲରୁ ଜନୈକା ମହିଳାଙ୍କ ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଘଟଣାରୁ ପ୍ରକାଶ ଯେ, ସଂପୃକ୍ତ ଗ୍ରାମର ମୁରଲୀଧର ସାହୁଙ୍କ ପତ୍ନୀ ତିଳେ।ତମା ସାହୁ(୪୨) ଗତ ଦୁଇ ଦିନ ହେଲା ଘରୁ ନିଖୋଜ ଥିଲେ । ମହିଳା ଜଣକ ନିଖୋଜ ହେବା ପରେ ପରିବାର ପକ୍ଷରୁ ତାଙ୍କୁ ବହୁ ଖୋଜାଖୋଜି କରି ପାଇପାରିନଥିଲେ । ଶେଷରେ ନିରୁପାୟ ହୋଇ ତାଙ୍କ ସ୍ୱାମୀ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକମାନେ ଉକ୍ତ ଜଙ୍ଗଲରେ ମହିଳାଙ୍କ ଶବ ଝୁଲୁଥିବାର ଦେଖି ବେଗୁନିଆ ଥାନାକୁ ଖବର ଦେଇଥିଲେ । ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥି, ସବ ଇନିସପେକ୍ଟର ଗାୟତ୍ରୀ ଗୋଛାୟତ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ ଜାରି ରହିଛି ।

Comments are closed.