ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୁର୍ଲା : ବୁର୍ଲା ସହରରେ ଆଜି ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଜବତ କରିଛ। ମୃତ ଯୁବକ ଜଣକ ବୁର୍ଲା ଢିପା ପଡାର ସୁରୁବାବୁ ମେହେରଙ୍କ ପୁଅ ସୋନୁ ମେହେର(୨୭) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ସୋନୁ ଜଳଖିଆ ହୋଟେଲ ବ୍ୟବସାୟ କରୁଥିଲେ। ଗତକାଲି ରାତିରେ ସେ ଖାଇ ସାରି ଘରେ ଶୋଇଥିଲେ । ଆଜି ଭୋର ସକାଳ ସମୟ ପ୍ରାୟ ୪ ଟା ସମୟରେ ଶୌଚପାଇଁ ଘରେ ଥିବା ଶୌଚାଳୟକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନ ଥିଲେ। ପରିବାର ଲୋକେ ସନ୍ଦେହ କରି ଖୋଜା ଖୋଜି କରିଥିଲେ। ଏହାପରେ ଘର ପଛ ପାଖରେ ଥିବା ତାଙ୍କ ନୂଆଁ ଘର ଭିତରେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିଥିଲେ । ତୁରନ୍ତ ଦଉଡି କାଟି ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହାପରେ ଖବର ପାଇ ବୁର୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ମୃତ୍ୟୁର କାରଣ ଜଣା ପଡିନାହିଁ।

Comments are closed.