ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ନନ୍ଦଗିରି ନିକଟସ୍ଥ ଏକ ଜଙ୍ଗଲରୁ ଆଜି ଜି.ଉଦୟଗିରି ପୁଲିସ୍‍ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଏକ ମୃତଦେହ ଉଦ୍ଧାର କରିଛି। ଜବତ ମୃତଦେହର କୌଣସି ପରିଚୟ ମିଳି ନଥିବା ବେଳେ ମୃତକଙ୍କ ବୟସ ପ୍ରାୟ ୪୦ ରୁ ୪୫ ବର୍ଷ ହେବ ବୋଲି ସନ୍ଦେହ କରାଯାଇଛି। ତେବେ ପ୍ରାୟ ୨ ରୁ ୩ ଦିନ ତଳେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଇଥିବା ବେଳେ ଏନେଇ ପୁଲିସ୍‍ କେସ ନଂ ୮ା୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ଏହା ହତ୍ୟା ନା ଆତ୍ମହତ୍ୟା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ କୌଶଲ୍ୟା ବେହେରା ସୂଚନା ଦେଇଛନ୍ତି।

Comments are closed.