ଡ୍ରେନ୍ କଡ଼ରୁ ଶବ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶିବମନ୍ଦିର ସାହି ନିକଟ ଜାତୀୟ ରାଜପଥ କଡ ​‌ଡ୍ରେନ୍ ନିକଟରୁ ଆଜି ଜଣେ ବ୍ୟକ୍ତିର ଶବ ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତି ଜଣେ ଜଣେ ମାନସିକ ବିକାରଗ୍ରସ୍ତ ଓ ସେ ଆନ୍ଦ୍ରପ୍ରଦେଶ ସ୍ଥିତ ଶ୍ରୀକାକୁଲମ୍ ଅଞ୍ଚଳର ଏସ୍.ଶ୍ରୀନୁ ବୋଲି ଜଣାଯାଇଛି। ମୃତହେଦ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ପୁଲିସ୍ କୁ ଖବର ଦେଇଥିଲେ। ପୁଲିସ୍ ପହଁଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ତେବେ ବୁଧବାର ରାତ୍ରରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ପାଗଳ ଜଣକ କୌଣସି କାରଣ ବସତଃ ଡ୍ରେନରେ ପଡ଼ି ଯାଇ ପ୍ରାଣ ହରାଇ ଥିବା ସନ୍ଦେହ କରାଯାଇଛି।

Comments are closed.