ପଥର ଖାଦାନ ଭିତରୁ ନାବାଳକର ମୃତଦେହ ଉଦ୍ଧାର

କେଶଦୁରାପାଳ: ଘଷିପୁରା ବ୍ଲକ ଅନ୍ତର୍ଗତ କ‌ଇଁସିଆରି ଗ୍ରାମ ନିକଟସ୍ଥ ଏକ ପଥର ଖାଦାନ ଭିତରୁ ଏକ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ଗ୍ରାମର ବାବୁଲି ପାତ୍ରଙ୍କ ପୁଅ ଚନ୍ଦନ ପାତ୍ର(୧୫) ଗତକାଲି ସନ୍ଧ୍ୟାରେ ନିଖୋଜ ଥିଲେ। ଘର ଲୋକ ବହୁ ଖୋଜାଖୋଜି କରିବା ପରେ କୈାଣସି ସନ୍ଧାନ ମିଳିନଥିଲା ହେଲେ ଆଜି ସକାଳୁ ଗ୍ରାମବାସୀମାନେ ପଥର ଖାଦାନରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ରାମଚନ୍ଦ୍ରପୁର ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସ୍ଆଇ ଶ୍ରୀକାନ୍ତ ସାହୁ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏହା ଚନ୍ଦନର ମୃତଦେହ ବୋଲି ଜଣାପଡିବା ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ।

ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରାମଚନ୍ଦ୍ରପୁର ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଚନ୍ଦନ ଝାଡ଼ା ଯାଉଛି କହି ଘରୁ ଆସିଥିବା ବେଳେ ସନ୍ଧ୍ୟା ହେବା ପରେ ବି ଘରକୁ ଫେରି ନଥିଲା ହେଲେ ସୋମବାର ସକାଳୁ ପଥର ଖାଦାନରେ ଚନ୍ଦନର ମୃତଦେହ ଉଦ୍ଧାର କରିଥିଲେ।

Comments are closed.